ଜୀବନ ସର୍ବ ସମ୍ପୂର୍ଣ ଅଟେ। ଏହାକୁ କୌଣସି ଶବ୍ଦ ବା ବ୍ୟାଖ୍ୟା ଦ୍ବାରା ବର୍ଣ୍ଣନା କରିବା ଅସମ୍ଭବ । ଜୀବନ କୁ ବର୍ଣ୍ଣନା କରିବା ଆବଶ୍ୟକ ନୁହେଁ ବରଂ ଅନୁଭବ କରିବା ଅତି ଆବଶ୍ୟକ ଅଟେ । ଏହା ଆମ ସମସ୍ତଙ୍କୁ ନିଜ ଭିତରେ ବାନ୍ଧି ରଖିଛି, ତା ପରେ ମଧ୍ୟ ଏହା ଆମ ସମସ୍ତଙ୍କ ଠାରୁ ଭିନ୍ନ ହୋଇ ରହିଛି । ଏହା ସବୁକିଛି କୁ ଯୋଡି ରଖିଛି ଏବଂ ସବୁକିଛି ସହ ନିଜେ ଯୋଡି ହୋଇ ଅଛି କିନ୍ତୁ ତା ପରେ ମଧ୍ୟ ଭୌତିକ ସଂସାର ରେ ଭିନ୍ନ ଭିନ୍ନ ରୂପରେ ଅବସ୍ଥିତ ଅଛି ।
ନିଜର ବହୁମୁଲ୍ୟ ସମୟ ଏବଂ ଉର୍ଜା କୁ ନିରନ୍ତର ଭାବରେ ନିଜର ଉନ୍ନତି ଏବଂ ଜୀବନର ଉନ୍ନତି ପାଇଁ ପ୍ରୋୟୋଗ କରିଚାଲିବା ଅତି ଆବଶ୍ୟକ ଅଟେ ।
ଜୀବନ ଅମୃତ ପରି ନୁହଁ ବରଂ ସୂର୍ଯ୍ୟ କିରଣ ପରି ଅଟେ । କାରଣ ଅମୃତରେ ଗୋଟିଏ ବୁନ୍ଦା ବିଷ ପଡିଗଲେ ମଧ୍ୟ ସେ ଅଶୁଦ୍ଧ ହୋଇପାରେ କିନ୍ତୁ ସୂର୍ଯ୍ୟ କିରଣ କୌଣସି ପରିସ୍ଥିତି ରେ ମଧ୍ୟ ଅଶୁଦ୍ଧ ହୋଇନଥାଏ, କାଦୁଅ କିମ୍ବା ବିଷ ଛୁଇଁଲା ପରେ ମଧ୍ୟ ଏହାକୁ ଅପବିତ୍ର କରିବା ଅସମ୍ଭବ ।
ଯେପରି ଏକ ବିଷ ମଞ୍ଜି ଠାରୁ ପ୍ରଚୁର ପରିମାଣ ର ମଧୂର ସ୍ଵାଦ ରେ ପରିପୂର୍ଣ ଥିବା ଆମ୍ବ ବୃକ୍ଷ ପ୍ରାପ୍ତି କରିବା ଅସମ୍ଭବ, ସେହିପରି ଭୁଲ ବୁଝାମଣା ସ୍ୱରୂପ ମଞ୍ଜି ରୁ ଜୀବନର ମଧୂର ସ୍ଵାଦ ପ୍ରାପ୍ତି କରିବା ମଧ୍ୟ ଅସମ୍ଭବ।
ନିଜ ଜୀବନକୁ ଅମେ ଯେମିତି ଅନୁଭବ କରିଥାଉ, ଜୀବନ ର ସଂଜ୍ଞା ଏବଂ ବ୍ୟାଖ୍ୟା ଅମେ ସେମିତି ହିଁ କରିଥାଉ ।
କୌଣସି ପରିସ୍ଥିତିରେ ହାରିଯିବା ପରେ ନିଜ ହାର କୁ ଖୋଲା ହୃଦୟ ସହିତ ଯଦି ଆମେ ସ୍ବୀକାର କରିପାରିବା, ତାହେଲେ ଆମେ ହାରିକି ମଧ୍ୟ ନିଜ ମନ କୁ ଜିତିପାରିବା ।
ଶାନ୍ତିପୂର୍ଣ୍ଣ ଜୀବନରେ ମୃତ୍ୟୁ ମଧ୍ୟ ଅତ୍ଯନ୍ତ ସୁନ୍ଦର ହୋଇଥାଏ । ସେହିପରି, ଭୟପୂର୍ଣ୍ଣ ଜୀବନରେ ସାମାନ୍ୟ ଜୀବନ ବଞ୍ଚିବା ମଧ୍ୟ ଅତ୍ଯନ୍ତ ଦୁଖପୂର୍ଣ୍ଣ ଏବଂ କଷ୍ଟଦାୟୀ ହୋଇଥାଏ ।
ଅଭ୍ୟାସଗତ ଭାବରେ ଯଦି ତୁମେ ନିଜ ଦୋଷ ନଦେଖି ଅନ୍ୟକୁ ଦୋଷ ଦେବା ଅଧିକ ପସନ୍ଦ କର, ତାହେଲେ ତୁମେ କେବେ ମଧ୍ୟ ସମାଧାନ ର କାରଣ ହୋଇପାରିବ ନାହିଁ ।
ଜୀବନର ସ୍ପଷ୍ଟତା ସହ ଅସଫଳତା କୁ ସାମନା କରିବା ଜୀବନର ସ୍ପଷ୍ଟତା ନଥାଇ ମିଳିଥିବା ସଫଳତା ଠାରୁ ଅନେକ୍ ଗୁଣ ରେ ମୁଲ୍ୟବାନ୍ ହୋଇଥାଏ, ଯଦିଓ ଜୀବନର ସ୍ପଷ୍ଟତା ସହିତ ଅସଫଳତା ମଧ୍ୟ ଏକ ସଫଳତା ହୋଇଥାଏ ।
ନିଜର ଭୁଲ୍ କୁ ସ୍ଵିକାର କରିବାର ସାହସ ହିଁ ମଣିଷ କୁ ଜୀବନର ସ୍ପଷ୍ଟତା ପ୍ରଦାନ କରିଥାଏ ଏବଂ ଜୀବନକୁ ଉନ୍ନତ ମଧ୍ୟ କରିଥାଏ ।
ସାହସ ଏବଂ ତ୍ୟାଗ – ପ୍ରେମ ଏବଂ ଭକ୍ତି ର ଗର୍ଭ ରୁ ହିଁ ଜନ୍ମ ନେଇଥାନ୍ତି ।
ଅଧର୍ମୀ ବିନାଶକାରୀ ଶକ୍ତି ଅହଂକାର ଠାରୁ ଜନ୍ମ ନେଇଥାଏ, ଅହଂକାର ଅଜ୍ଞାନତା ଠାରୁ ଜନ୍ମ ନେଇଥାଏ, ଜୀବନ ଓ ସତ୍ୟ ର ଅଜ୍ଞାନତା।
ଭୌତିକ ସଂସାର ରେ କୌଣସି ବି ପରିସ୍ଥିତି କୁ ଦେଖିବାର ମାତ୍ର ଦୁଇଟି ଉପାୟ ପ୍ରଥମ ଟି ସମସ୍ୟା ଦ୍ବିତୀୟ ଟି ସୁଯୋଗ । ଆମର ଅଯୋଗ୍ୟତା ପାଇଁ ସମସ୍ୟା, ଯୋଗ୍ୟତା ପାଇଁ ସୁଯୋଗ ।
ଯଦି ଆପଣ ଏଇଥିପାଇଁ କାନ୍ଦୁଛନ୍ତି କି ଆପଣଙ୍କ ଦୁଖ କଷ୍ଟ ଅନ୍ୟ ମାନଙ୍କ ଦୁଖ କଷ୍ଟ ଠାରୁ ଅନେକ୍ ପରିମାଣରେ ଅଧିକ ଅଟେ, ତାହେଲେ ଏତିକି ମନେ ରଖିବା ଆବଶ୍ୟକ ଯେ ଦୁଖ କଷ୍ଟ ଭରା ଜୀବନ ଆପଣଙ୍କ ଜୀବନକୁ ଅନ୍ୟ ମାନଙ୍କ ଜୀବନ ତୁଳନାରେ ଅଧିକ ମୂଲ୍ୟବାନ୍ ରୂପରେ ଗଠିତ କରିଥାଏ ।
ଯେତେବେଳେ ଆପଣ କିଛିବି ଜାଣିନଥାନ୍ତି ଆପଣଙ୍କ ଭିତରେ କିଛି ଖାସ୍ ମହତ୍ବପୂର୍ଣ୍ଣ କରିବାର ଏକ ଅଦ୍ଭୁତ କଳା ସେହି ସମୟ ରେ ହିଁ ଜନ୍ମ ନେଇପାରେ ଯାହାର ଆପଣ କେବେବି କଳ୍ପନା ମଧ୍ୟ କରି ନଥିବେ ।
ଜୀବନରେ ଯାହା ଆବଶ୍ୟକ ତାହା କରିବା ଅତ୍ଯନ୍ତ ଜରୁରୀ ଅଟେ, ଆପଣ ଯାହା ଚାହୁଁଛନ୍ତି ତାହା ନୁହେଁ ।
ଯଦି ଆପଣ ନିଜ ଜୀବନରେ ସମସ୍ୟା ଆଣିବା ପାଇଁ ଚାହୁଁଛନ୍ତି, ତେବେ ଅନ୍ୟମାନେ କଣ କରୁଛନ୍ତି ସେଥିରେ ଅଧିକ ଧ୍ୟାନ ଦିଅନ୍ତୁ, ଯଦି ସମାଧାନ ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି ତେବେ ନିଜେ କଣ କରୁଛନ୍ତି ସେଥିରେ ଅଧିକ ଧ୍ୟାନ ଦିଅନ୍ତୁ ।
ଜୀବନରେ ସୁଖ ଶାନ୍ତି ନିଜ ମନର ଇଚ୍ଛା ଗୁଡିକୁ ପୁରଣ କରି ପ୍ରାପ୍ତି କରିବା ଅସମ୍ଭବ, କିନ୍ତୁ ଜୀବନରେ ମନର ଇଚ୍ଛା ଗୁଡିକରୁ ମୁକ୍ତ ହେଲା ପରେ ସୁଖ ଶାନ୍ତି ହିଁ ଜୀବନ୍ତ ଓ ଏକମାତ୍ର ସତ୍ୟ ହୋଇଥାଏ ।
ଏହି ସୃଷ୍ଟିରେ କର୍ମ ହିଁ ଜୀବନର ସୁନ୍ଦରତା ର ମୁଖ୍ୟ କାରଣ ଅଟେ ।
ଯେତେ ଅଧିକ ଆପଣ ନିଜ ଜୀବନକୁ ଜାଣିଥାନ୍ତି, ସେତେ ଅଧିକମାତ୍ରାରେ ଆପଣ ଅନୁଭବ ମଧ୍ୟ କରିଥାନ୍ତି ଯେ ଆପଣ କେତେ ଅଜ୍ଞାନୀ ଏବଂ ଅହଂକାରୀ ଥିଲେ ?
ସାହସ, ପ୍ରେମ, ଧର୍ଯ୍ୟ, ସହନଶିଲତା, କ୍ଷମା ଏହି ଗୁଣ ଗୁଡିକ ହିଁ ମଣିଷ ଜୀବନକୁ ଉନ୍ନତ କରିବାରେ ସହାୟକ ହୋଇଥାନ୍ତି । କୋଉ ସମୟ ରେ କୋଉ ଗୁଣ ର ପ୍ରୋୟାଗ ଆବଶ୍ୟକ ଅଟେ ତାହା ଆପଣ ନିଜ ବୁଦ୍ଧି ପ୍ରୋୟୋଗ କରି ସୁନିଶ୍ଚିତ କରିପାରିବେ ।
Cookie | Duration | Description |
---|---|---|
cookielawinfo-checkbox-analytics | 11 months | This cookie is set by GDPR Cookie Consent plugin. The cookie is used to store the user consent for the cookies in the category "Analytics". |
cookielawinfo-checkbox-functional | 11 months | The cookie is set by GDPR cookie consent to record the user consent for the cookies in the category "Functional". |
cookielawinfo-checkbox-necessary | 11 months | This cookie is set by GDPR Cookie Consent plugin. The cookies is used to store the user consent for the cookies in the category "Necessary". |
cookielawinfo-checkbox-others | 11 months | This cookie is set by GDPR Cookie Consent plugin. The cookie is used to store the user consent for the cookies in the category "Other. |
cookielawinfo-checkbox-performance | 11 months | This cookie is set by GDPR Cookie Consent plugin. The cookie is used to store the user consent for the cookies in the category "Performance". |
viewed_cookie_policy | 11 months | The cookie is set by the GDPR Cookie Consent plugin and is used to store whether or not user has consented to the use of cookies. It does not store any personal data. |